Sunday, 3 August 2014

ଅନଲାଇନରେ ହେବ ଫର୍ମଫିଲପ୍

ଆସନ୍ତାବର୍ଷ ଫେବୃୟାରୀ ତୃତୀୟ ସପ୍ତାହରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ହେବ। ଏଥିପାଇଁ ଅକ୍ଟୋବର ପ୍ରଥମ ସପ୍ତାହରେ ଅନଲାଇନରେ ଫର୍ମ ଫିଲପ୍ ହେବ। ପ୍ରଥମ ଥଲ ଲାଗି ଏବର୍ଷ ଅନଲାଇନରେ ଫର୍ମ ଫିଲପ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଆସନ୍ତା ସେପ୍ଟେମ୍ୱର ମାସରୁ ଛାତ୍ରଛାତ୍ରୀଙ୍କ ଅନଲାଇନରେ ପଞ୍ଜିକରଣ କରାଯିବ। ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି। ବୈଠକରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ସଭାପତି ଦକ୍ଷପ୍ରସାଦ ନନ୍ଦ ଓ ଶିକ୍ଷା ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

No comments:

Post a Comment